//BREAKING//
Loading...

୧୭ ନଂ ୱାର୍ଡ ପରିଦର୍ଶନ କରି ବିଭିନ୍ନ ସମସ୍ୟା ବୁଝିଲେ ଜିଲ୍ଲାପାଳ ,ଉପଜିଲ୍ଲାପାଳ ଓ କମିଶନର


ବ୍ରହ୍ମପୁର,୨୫/୦୯ - ( ଆରତ କୁମାର ହୋତା ) -:- ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ,ଉପଜିଲ୍ଲାପାଳ ଆଶୁତୋଷ କୁର୍ଲକର୍ଣ୍ଣି ଓ ନିଗମ କମିଶନର ଜେ ସୋନାଲ ୧୭ନଂ ୱାର୍ଡ ପରିଦର୍ଶନ କରି ବିଭିନ୍ନ ସମସ୍ୟାର ତଦାରଖ କରିଛନ୍ତି ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା ମଧ୍ୟ କରିଛନ୍ତି । ଡ୍ରେନେଜ୍, ରାସ୍ତା, ପାନୀୟ ଜଳଯୋଗାଣ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ମହାନଗର ନିଗମ ପକ୍ଷରୁ ପ୍ରସ୍ତାବିତ କାର୍ଯ୍ୟ ଗୁଡିକକୁ ସେ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । କେଉଁ କେଉଁ ସ୍ଥାନରେ କି କି କାର୍ଯ୍ଯ କରାଯିବ ସେ ନେଇ ସ୍ଥାନୀୟ କର୍ପୋରେଟର ଦୁର୍ଗା କୁମାର ଲାୟକଙ୍କ ଆଲୋଚନା ମଧ୍ୟ କରିଛନ୍ତି । ୱାର୍ଡ ପରିଦର୍ଶନ ବେଳେ ବହୁ ନିଗମ କର୍ମଚାରୀ ଉପସ୍ଥିତ ଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe