କାଠ ଆଉ ମଣିଷର ପୋଡ଼ାଗନ୍ଧରେ
ମହକିଯାଉଛି ମଶାଣି
ତ୍ବ ମାନେ ଧୂଆଁହେଇ ଆକାଶମୁହାଁ
ମଣିଷରୁ ଶବ ପାଲଟିଛି ଦେହ
ଛାଡ଼ିଯାଇଛି ଗୋଟେ କୋକେଇ,ଛିଣ୍ଡା ମସିଣା,
ଶିକାରେ ଲଟକିଥିବାଗିନାରେ
ମୁଠେ ଭାତ
ବେଶ କିଛି ଅବଶୋଷ |
ସର୍ବଗିଳା ନିଆଁ
ଜାଳିଛି କେତେ ଜୀବନର ଇତିହାସ
ରକ୍ତବର୍ଣ୍ଣ ଆଲୁଅରେ
ପାଣ୍ଡରା ପକେଇଛି କେତେ ସଂଚିତ ବିଶ୍ୱାସ
କେତେ ଅନୁଭବ
କେତେ ପ୍ରାରବ୍ଧକୁ ଜାଳିପୋଡି
କରିଦେଇଛି
ମୁଠାଏ ପାଉଁଶ |
ମଶାଣିରେ ବିଲୁଆ ପାଟିର ନିଆଁ
ଜକ ର ଭ୍ରମ ଆଣେ
ରାତିସବୁ କଳା ପଡିଯାଆନ୍ତି ଆପେଆପେ
ନିଜର ଲାଗୁ କି ନଲାଗୁ
ସେଇ କୋଠ ଜମି ଖଣ୍ଡକରେ
ସମସ୍ତଙ୍କ ଶେଷ ନିଦ୍ରା
ସେଇଠି କୁଆଡେ ଚିତ୍ରଗୁପ୍ତ ପାଞ୍ଜିପଢି
ସ୍ୱର୍ଗ ଅବା ନର୍କ ପାଇଁ
ଠିକଣା ବଖାଣେ |
ଧନୀ ମାନୀ ଗରିବଗୁରୁବା
ସଭିଙ୍କର ସେଇ ମାତ୍ର ଗୋଟିଏ ଗନ୍ତବ୍ୟ
ମନା କରିବାର ଯୁ କାହିଁ
ଏନ୍ତୁଡ଼ିର ନିଆଁ ପରେ
ଏଇଠି ତ ଯୁଇ ହିଁ ଜଳିବ
ଶେଷ ନିଆଁରେ ବୁଡ଼ ଟିକେ ପାଇଁ
ଆମେ ସବୁ ବନ୍ଧା ପକେଇ ସାରିଛେ
ଆମ ଭାଗ୍ୟ ଭବିତବ୍ୟ |