//BREAKING//
Loading...

ସର୍ପାଘାତରେ ଚକିପଡ଼ା ଗ୍ରାମର ଜଣେ ବ୍ୟକ୍ତି ଗୁରୁତର,ମେଡ଼ିକାଲ ସ୍ଥାନାନ୍ତର

 


ବ୍ରହ୍ମପୁର , (sangharsatv)୧୧/୧୦ -:- ବୁଧବାର ଦିନ ସକାଳ ୮:୩୦ ମିନିଟ ସମୟରେ ଗଞ୍ଜାମ ଜିଲ୍ଲା ଚକିପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ସର୍ପାଘାତ ରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ରମେଶ ସେଠୀ ବୟସ ୬୩ ବର୍ଷ ତାଙ୍କ ଘର 

ଚକିପଡ଼ା ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ରମେଶ ସେଠୀ ନିଜ ବିଲ କାମ କରିବା ପାଇଁ ବିଲକୁ ଯାଇଥିଲେ ହେଲେ ବିଲରେ କାମ କରୁଥିବା ସମୟରେ ଏକ ସର୍ପ ଉପରେ ତାଙ୍କ ଗୋଡ ଭୁଲ ବଶତଃ ପଡ଼ି ଯାଇଥିଲା ଯାହାଫଳରେ ସର୍ପ ଟି ରମେଶ ସେଠୀଙ୍କ ଗୋଡ଼କୁ କାମୁଡି ଦେଇଥିଲା ତେବେ ଘଟଣାରେ ରମେଶ ସେଠୀ ଚିତ୍କାର କରିବା ସହ ଗୁରୁତର ହୋଇଥିଲେ । ତେବେ ଚିତ୍କାର ଶୁଣି ବିଲରେ ଥିବା କିଛି ଲୋକ ଗୁରୁତର ଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ଚିକିଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ହେଲେ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ସେ କିଛି ମାତ୍ରାରେ ସୁସ୍ଥ ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe