//BREAKING//
Loading...

ପୌରପାଳିକା ଅବହେଳା ଯୋଗୁଁ ଅକାଳରେ ଚାଲିଗଲା ସିତୁଙ୍କ ଜୀବନ


ପୌରପାଳିକା ଅବହେଳା ଯୋଗୁଁ ଅକାଳରେ ଚାଲିଗଲା ସିତୁଙ୍କ ଜୀବନ
କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ୭ ନମ୍ବର ୱାର୍ଡରେ ଏବେ ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଛି । ଡେଙ୍ଗୁ ଭଳି ମାରାତ୍ମକ ଜ୍ବରରେ ଅନେକ ରୋଗୀ ଏବେ ଚିକିତ୍ସାଧୀନ ଥିବାବେଳେ ସିତୁ ରାଣୀ ସେଠି ନାମକ ୨୨ ବର୍ଷର ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଉକ୍ତ ୱାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବାରୁ ଡେଙ୍ଗୁ ମଶା ତାର ବଂଶ ବିସ୍ତାର କରିବାରେ ସମର୍ଥ ହୋଇ ପାରିଛି । ବିଭିନ୍ନ ୱାର୍ଡରେ ଠିକ ସମୟରେ ଡ୍ରେନ ଗୁଡିକୁ ସଫା କରା ଯାଉନଥିବା ବେଳେ ସଠିକ ଭାବରେ ଅଳିଆ ଉଠାଇବା ଏବଂ ଝାଡୁ ମାରିବା ଇତ୍ୟାଦି କରାଯାଉ ନଥିବା ଦେଖିବାକୁ ମିଳୁଛି । ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ପୌରପାଳିକା ଏଥିପ୍ରତି ନଜର ଦେଉନଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି । ପ୍ରକାଶ ଯୋଗ୍ୟ ସ୍ବର୍ଗତ ଶ୍ରୀକୃଷ୍ଣ ସେଠି ଓ ସ୍ତ୍ରୀ ରୂପଶ୍ରୀ ସେଠୀଙ୍କର ଦୁଇଟି ଝିଅ । ତାଙ୍କର ସାନ ଝିଅ ସିତୁ । ଚାରିଦିନ ପୂର୍ବରୁ ସିତୁ ଜ୍ବରରେ ପୀଡିତ ଥିବାବେଳେ ତାଙ୍କୁ ପ୍ରଥମେ ଯୋଡ଼ା ସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ତାଙ୍କୁ ଡେଙ୍ଗୁ ଜ୍ୱର ହୋଇଥିବା ଡାକ୍ତର କହିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଉତ୍ତମ ଚିକିତ୍ସା ନିମନ୍ତେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ନଆସିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠା ଯାଇଥିଲା । କିନ୍ତୁ ଦୁଃଖର କଥା କଟକ ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ପ୍ରାୟ ୧୮ ବର୍ଷ ହେବ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ହୋଇଯାଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ମା ରୂପଶ୍ରୀ ଦୁଇ ଝିଅଙ୍କ ମୁହଁକୁ ଚାହିଁ ଜୀବନ ଅତିବାହିତ କରି ଆସୁଥିଲେ । ଅକାଳରେ ଗୋଟିଏ ଝିଅର ଜୀବନ ଚାଲି ଯାଇଥିବାରୁ ସେ ବହୁତ ଭାଙ୍ଗି ପଡିଛନ୍ତି । ରୂପଶ୍ରୀ ଜଣେ ଅଙ୍ଗନବାଡି କର୍ମୀ ଭାବେ ଚାକିରୀ କରନ୍ତି । ତାଙ୍କର ସ୍ୱଳ୍ପ ଦରମାରୁ ସେ ନିଜେ ନଖାଇ ପିଲାମାନଙ୍କୁ ପାଠ ପଢ଼ାଇ ମଣିଷ କରିବାକୁ ଚେଷ୍ଟା କରିଥିଲେ । ଆଶା ଥିଲା ଝିଅ ଚାକିରୀ କଲେ ତାଙ୍କୁ ବୃଦ୍ଧା ବୟସରେ ସାହାଯ୍ୟ କରିବ । ତାଙ୍କର ଆଶା ଆଶାରେ ରହିଗଲା । ଖବର ପ୍ରସାରଣ ପରେ ପୌରପାଳିକା ପକ୍ଷରୁ ଦୁଇରୁ ତିନିଦିନ ମଶା ଧୂଆଁ ସହିତ ସହରର ବିଭିନ୍ନ ସ୍ଥାନରେ ମଶା ତେଲ ପକା ଯାଇଥିଲା । ପରେ ଏହା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିବା ଜଣାପଡିଛି । ଏବେବି ଉକ୍ତ ୱାର୍ଡର ଅନେକ ରୋଗୀ କଟକ ଓ ଭୁବନେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୟନା ଦେବା ସହିତ ପୌରପାଳିକା ତଥା ସରକାରଙ୍କ ପକ୍ଷରୁ ତାଙ୍କୁ ସହାୟତା ଯୋଗାଇ ଦେବା ସହିତ ପୋୖରାଞ୍ଚଳର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେବାକୁ ୱାର୍ଡବାସୀ ଅନୁରୋଧ କରିଛନ୍ତି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe