ଜେଏସପିର ଗାରେ ପାଲମା IV/6 କୋଇଲା ଖଣିରେ ଉତ୍ପାଦନ ଆରମ୍ଭ |
ଛତିଶଗଡ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ରାୟଗଡ ଷ୍ଟିଲ ପ୍ଲାଣ୍ଟର ପ୍ରସ୍ତାବିତ ବାର୍ଷିକ 60 ଲକ୍ଷ ଟନ୍ (6 MTPA) ଉତ୍ପାଦନ ସମ୍ପ୍ରସାରଣ ଲକ୍ଷ୍ୟ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ | ନୂଆଦିଲ୍ଲୀ/ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଛତିଶଗଡରେ ଅବସ୍ଥିତ ତାର ଗାରେ ପାଲମା IV/6 କୋଇଲା ଖଣିରୁ ସଫଳତାର ସହ ଉତ୍ପାଦନ ଆରମ୍ଭ କରିଥିବା ଘୋଷଣା କରିଛି। ଏହି ଖଣିରୁ ଉତ୍ପାଦନ କରାଯାଉଥିବା କୋଇଲା ଜେଏସପିର ରାୟଗଡ ସ୍ଥିତ ଷ୍ଟିଲ ପ୍ଲାଣ୍ଟ ଉତ୍ପାଦନରେ ବ୍ୟବହୃତ ହେବ। ଏ ସମ୍ଭଦ୍ଦରେ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଗାରେ ପାଲମା IV/6 କୋଇଲା ଖଣି ଇସ୍ପାତ ଉତ୍ପାଦନ ପାଇଁ ଅତ୍ୟାବଶ୍ୟକ କଞ୍ଚାମାଲର ଉପଲବ୍ଧତା ନିଶ୍ଚିତ କରି, ଜେଏସପି ଯାତ୍ରାରେ ଏକ ମାଇଲଖୁଣ୍ଟ ରୂପେ ବିବେଚିତ ହେବ। ରାୟଗଡ ଇସ୍ପାତ କାରଖାନାର ବର୍ତ୍ତମାନ ଇସ୍ପାତ ଉତ୍ପାଦନ କ୍ଷମତା ବାର୍ଷିକ 36 ଲକ୍ଷ ଟନ୍ (3.6 MTPA) ଅଟେ, ଯାହାକୁ 96 ଲକ୍ଷ ଟନ୍ (9.6 MTPA) କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଗାରେ ପାଲମା IV/6 କୋଇଲା ଖଣି ବ୍ୟବହାର କରାଯିବ | ତେଣୁ କଞ୍ଚା ମାଲ ଯୋଗାଇବାରେ ଏହି କୋଇଲା ଖଣିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ | ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଳେନ୍ଦ୍ର ଝା ତାଙ୍କ ବୁବୃତିରେ କହିଛନ୍ତି, “ରାୟଗଡ ଷ୍ଟିଲ ପ୍ଲାଣ୍ଟର ପ୍ରସ୍ତାବିତ ସମ୍ପ୍ରସାରଣ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ବିଶେଷ ସହାୟକ ହେବ, କାରଣ ଆଭ୍ୟନ୍ତରୀଣ କୋଇଲା ବ୍ୟବହାର କରି ଦେଶର ଇସ୍ପାତ ଉତ୍ପାଦନ କ୍ଷମତା ଆହୁରି ବୃଦ୍ଧି କରାଯିବ । ଆମର ପ୍ରାଥମିକତା ହେଉଛି ଆମ ନିଜସ୍ୱ ସଂସାଧନ ମାଧ୍ୟମରେ ରାୟଗଡ ପ୍ଲାଣ୍ଟର ବିସ୍ତାର କରିବା, ଯାହା ଦ୍ୱାରା କମ୍ପାନୀର ବାଲାନ୍ସ ସିଟ ମଜଭୁତ ରହିବ।”