//BREAKING//
Loading...

ପୁରୁଷୋତ୍ତମପୁରରେ ନୂତନ କୋର୍ଟର କୋଠଗୃହ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ


ପୁରୁଷୋତ୍ତମପୁରରେ ନୂତନ କୋର୍ଟର କୋଠଗୃହ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନଅନୁଷ୍ଠିତ

ପୁରୁଷୋତ୍ତମପୁର ତା-୧୧l୧୧l ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ କନକା ଠାକୁରାଣୀ ମନ୍ଦିର ଆଗରେ ନୂତନ ଭାବେ ସବ ଜର୍ଜ କୋର୍ଟ କୋଠଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଉଛି | ଏଥିରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ କାର୍ଯ୍ଯକାରି ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ଯୁତରଞ୍ଜନ ସଡଙ୍ଗୀ ଓ ଗଞ୍ଜାମ ଜିଲ୍ଲା ପ୍ରଟୋକାଲ ଜଷ୍ଟିସ ଦେବବ୍ରତ ଦାସ ଯୋଗ ଦେଇ କୋର୍ଟ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି କୋର୍ଟଟି ୩ ଏକର ଜମିରେ ନିର୍ମିତ ହେବ । ଆଉ ଏହି କୋର୍ଟ ନିର୍ମାଣ ନିମନ୍ତେ ପ୍ରାୟ ୮0 କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯିବ । ଏହି କୋର୍ଟରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବା ସମେତ ତିନି ଗୋଟି ବର୍ଗର ଷ୍ଟାପ କ୍ବାଟର, କୋର୍ଟରେ ଟ୍ରାଞ୍ଜିଟ ହାଉସ, ବାର ଆସୋସିଏସନ୍ ସହ କେଣ୍ଟିନ ନିର୍ମାଣ ହେବ | ଏଥିରେ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ ହେବ । ଏହି କୋର୍ଟ ହେବା ଦ୍ବାରା ଓକିଲ ଓ ମହକିଲ ମାନେ ବେଶ ଉପକୃତ ହୋଇ ପାରିବେ |। ଏହି ଅବସରରେ ହାଇ କୋର୍ଟର ରେଜିଷ୍ଟର ଗଞ୍ଜାମ ଜିଲ୍ଲାଜଜ୍ ରୁପଶ୍ରି ଚୌଧୁରି,ପୁରୁଷୋତ୍ତମପୁର ଠାରେ ମାନ୍ଯବର ହାଇକୋର୍ଟର ଜଷ୍ଟିସ ଦେବବ୍ରତ ଦାଶ ଓ ଗଞ୍ଜାମଜିଲ୍ଲା ଦୌରାଜଜ୍ ରୁପଶ୍ରୀ ଚୌଧୁରି ,ପୁରୁଷୋତ୍ତମପୁର ଆସିଷ୍ଟାଣ୍ଟ ସେସନ୍ସ ଜଜ୍ ଶରତ କୁମାର ସାହୁ ଏବଂ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l ବିଶେଷ ଖୁସିର ମୂହୁର୍ତ୍ତରେ ଓକିଲ ମାନେ ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ,ଓକିଲ ସଂଘ ସମ୍ପାଦକ ସୀମାଞ୍ଚଳ ମିଶ୍ର,ଓକିଲ,ଉପ ସଭାପତି ଗୌରୀ ଶଙ୍କର ରାଉଳ, ବରିଷ୍ଠ ଆଇନଜୀବୀ ଅରୁଣ କୁମାର ପଣ୍ଡା,ଏହା ସହ ପୁରୁଷୋତ୍ତମପୁର କୋର୍ଟର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ । ପୁରୁଷୋତ୍ତମପୁର ଏନଏସି ଅଞ୍ଚଳରେ ନୂତନ କୋର୍ଟର ନିର୍ମାଣ ପାଇଁ ଓଡିଶା ସରକାର ଅର୍ଥ ପ୍ରଦାନ କରିଥିବାରୁ ପୁରୁଷୋତ୍ତମପୁର ଏନଏସିର ଅଧ୍ୟକ୍ଷାପ୍ରିୟଙ୍କା ଗୌଡ଼ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଯାଣାଇଛନ୍ତି l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe